ମୋଦିଙ୍କ ସହ ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଲେ ଅଜିଭିକା ଏଜୁକେଶନର ମହିଳା

ଡେରାଡୁନ,୧୧।୮: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଅଜିଭିକା ଏଜୁକେଶନର ମହିଳାମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କ୍ୟାବିନେଟ ମନ୍ତ୍ରୀ ଓ ସୀମାରେ ଥିବା ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ସ୍ବାଧୀନତା ଦିବସ ଥିମ୍‌ ବା ବିଷୟବସ୍ତୁକୁ ନେଇ ଏମାନେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। କାରଣ ଗୋଟିଏ ଦିନରେ ରାକ୍ଷୀ ପୂର୍ଣ୍ଣିମା ଓ ସ୍ବାଧୀନତା ଦିବସ ପଡୁଥିବାରୁ ଏମାନେ ନିଆରା ଢଙ୍ଗରେ ଶସ୍ୟ ସାହାଯ୍ୟରେ ଏହି ରାକ୍ଷୀ ତିଆରି କରିଛନ୍ତି। ତେବେ କୃଷକଙ୍କ ଜୀବନଶୈଳୀରେ ମୋଦି ସରକାର ପରିବର୍ତ୍ତନ ଆଣିଥିବା ଓ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇଥିବାରୁ ଧନ୍ୟବାଦ ଜଣାଇ ସେମାନେ ରାକ୍ଷୀ ପଠାଇଥିବା କହିଛନ୍ତି। ଅନ୍ୟପଟେ ସୀମାରେ ଥିବା ସେନାଙ୍କ ଉଦ୍ଦେଶ୍ୟରେ ଏମାନେ ସ୍ବାଧୀନତା ଦିବସର ଥିମ୍‌ ରଖିଥିବା ପ୍ରକାଶ କରିଛନ୍ତି।

Share