ମୋଦିଙ୍କ ସହ ସେଲ୍‌ଫି ନେଇ ଟୁଇଟ୍‌ କଲେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ

ଓସାକା,୨୯।୬: ଜି ୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ପହଞ୍ଚିଛନ୍ତି। ଶୁକ୍ରବାର ପ୍ରଥମ ଦିନରେ ସେଠାରେ ବିଭିନ୍ନ ଦେଶର ବଡ ବଡ ରାଜନେତାଙ୍କ ସହ ମୋଦିଙ୍କର ସାକ୍ଷାତ୍‌ ହୋଇଛି। ଏହି ସମୟରେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମରିଶନ୍‌ ମୋଦିଙ୍କ ସହ ଏକ ସେଲ୍ଫି ନେଇ ଟୁଇଟ୍‌ କରିଛନ୍ତି। ଏହାସହ ମରିଶନ୍‌ ଲେଖିଛନ୍ତି,‘ମୋଦି କେତେ ଭଲ’। ଉକ୍ତ ଫଟୋରେ ଉଭୟ ନେତା ସ୍ମାଇଲ୍‌ କରୁଥିବା ନଜର ଆସିଛି।

Share