Categories: ଜାତୀୟ

ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ: ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ଟୁଇଟ୍‌

ନୂଆଦିଲ୍ଲୀ,୩୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏକ ଟୁଇଟର ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ବିରୋଧ କରି ସୋମବାର ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଗତ ୨୪ ଘଣ୍ଟା ଭିତରେ ସିଏଏ ବିରୋଧି ଅଭିଯାନକୁ ୬ଲକ୍ଷରୁ ଅଧିକ ଟୁଇଟ୍‌ କରାଯାଇଛି। ଏହା ଭାରତର ଟୁଇଟ୍‌ ଟୁଇଟ୍‌ ଟ୍ରେଡିଂ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ସମଗ୍ର ପୃଥିବୀରେ ଚତୁର୍ଥ ସ୍ଥାନରେ ରହିଛି। ସୂଚନାଯୋଗ୍ୟ, ସିଏଏ ନେଇ ମୋଦିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ୨୨ ମିନିଟ୍‌ର ଏକ ଭିଡ଼ିଓ ମଧ୍ୟ ଅପଲୋଡ୍‌ କରାଯାଇଥିଲା।

Share