Categories: ଜାତୀୟ

ମୋଦିଙ୍କ ହାତରେ ପୁଣି ଶାସନ ଡୋର: ସେନସେକ୍ସ୍‌ ଛୁଇଁଲା ୪୦ ହଜାର ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶାସନ ଡୋର ଧରିବା ନିଶ୍ଚିତ ଥିବା ଭୋଟଗଣତିରୁ ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନସେକ୍ସ୍‌ ୪୦ ହଜାର ଅଙ୍କ ଛୁଇଁଛି। ଏହା ୩୯,୯୦୧.୫୯ ଅଙ୍କରେ ପହଞ୍ଚିଛି। ଦେଶରେ ସ୍ଥିର ସରକାର ଗଠନ ହେବାର ଆଶା ସୁଦୃଢ଼ ହୋଇଥିବାରୁ ଏପରି ହୋଇଥିବା ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share