Categories: ଜାତୀୟ

ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ: ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରକୁ ଏକ ବର୍ଷ ପୂରଣ ବେହାକୁ ଯାଉଛି। ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ କାର୍ଯ୍ୟକ୍ରମରେ ଯେମିତି କିଛି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଦଳ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏକ ଆଡଭାଇଜରୀ ଜାରି କରାଯାଇଛି। ଏଥିରେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଥିବା ବେଳେ ଦଳ ଏଥର ୭୫୦ ଭର୍ଚୁଆଲ ରାଲିର ଆୟୋଜନ କରିବା ସହ ୧ ହଜାର ଖବରଦାତା ସମ୍ମିଳନୀ କରିବ ବୋଲି ଯୋଜନା କରିଛି। ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲିଖିତ ଏକ ପତ୍ର, ଯେଉଁଥିରେ ଉଲ୍ଲେଖ ରହିଛି ଆତ୍ମନିର୍ଭର ଭାରତର ସଂକଳ୍ପ, ବିଶ୍ୱ କଲ୍ୟାଣ ପାଇଁ ଭାରତର ଭୂମିକା ଓ କୋଭିଡ-୧୯ ସଂକ୍ରମଣ ରୋକିବାକୁ ସଂକଳ୍ପବଦ୍ଧ ହେବା ସାବଧାନ ଓ ସୁସ୍ଥ ରହିବାକୁ ସଂକଳ୍ପ କରିବା ଆଦିକୁ ନେଇ ଦଳ ୧୦କୋଟି ଘରେ ପହଞ୍ଚିବାକୁ ଯୋଜନା କରିଛି। ଏହାସହ ଦଳ ୭୫୦ ଭର୍ଚୁଆଲ ରାଲିର ଯୋଜନା କରିଛି। ଏହି ସମୟରେ ଦଳୀୟ କର୍ମୀ ନିଜ ନିଜ ଅଞ୍ଚଳର ଭୋଟରଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବେ ବୋଲି ନଡ୍ଡା ସୂଚନା ଦେଇଛନ୍ତି।

Share