ମୋଦିି ମୋର ପସନ୍ଦ ତେବେ ଭାରତ ସହିତ ଏବେ ନୁହେଁ ବଡ଼ ବ୍ୟବସାୟିକ ଚୁକ୍ତି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୯।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଭାରତ ସହିତ ବଡ଼ ବ୍ୟବସାୟିକ ଚୁକ୍ତି ନେଇ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ପସନ୍ଦ ମାତ୍ର ଏତେ ଶୀଘ୍ର ଭାରତ ସହିତ ବଡ଼ ଚୁକ୍ତି କରାଯିବ ନାହିଁ। ଆମେରିକା ନିର୍ବାଚନ ପୂର୍ବରୁ ଭାରତ ସହିତ ବଡ଼ ଚୁକ୍ତି ହେବ କି ନାହିଁ ତାହା କହିବା ଅସମ୍ଭବ। ଦୁଇ ଦେଶ ମଧ୍ୟରେ କେତେକ ଛୋଟ ଚୁକ୍ତି କରାଯାଇପାରେ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଏନେଇ ଗଣମାଧ୍ୟମ ସଂସ୍ଥା ବ୍ଲମ୍‌ବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। ଟ୍ରମ୍ପ୍‌ଙ୍କ ଦୁଇ ଦିନିଆ ଗସ୍ତରେ ଭାରତ ଆମେରିକା ମଧ୍ୟରେ କେତେକ ଚୁକ୍ତି ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଗସ୍ତ ପୂର୍ବରୁ ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି।

Share