ଅହମଦାବାଦ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଯେଉଁଠି ଚା’ ବିକୁଥିଲେ ସେହି ସ୍ଥାନଟି ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି। ଗୁଜରାଟର ବଡନଗର ରେଳ ଷ୍ଟେସନ ନିକଟରେ ଥିବା ଏକ ଛୋଟ ଚା’ ଦୋକାନଟିକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପହ୍ଲାଦ ପଟେଲ୍ ଏହି ଦୋକାନରୁ ସମ୍ପୂର୍ଣ୍ଣ କାଚର କଭର୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚା’ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଚା’ ବିକୁଥିଲେ। ୨୦୧୭ରୁ ଏହାକୁ ପର୍ଯ୍ୟଟନସ୍ଥଳୀ କରାଯିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ ତାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ସୂଚନାଯୋଗ୍ୟ, ବଡନଗର ରେଳ ଷ୍ଟେସନ ଭିତରେ ଏକ ଛୋଟ ଚା’ ଦୋକାନ ରହିଛି, ଯେଉଁଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପିଲାଦିନର ଯାତ୍ରା ଆରମ୍ଭ କରିଥିଲେ।