ମୋଦି-ଟ୍ରମ୍ପ୍‌ଙ୍କ ସେଲ୍ଫି ନେଇଥିବା ଏହି ବାଳକ ଜଣଙ୍କ କିଏ ଜାଣନ୍ତି କି

ହ୍ୟୁଷ୍ଟନ୍‌,୨୩।୯: ଆମେରିକାର ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଉଭୟଙ୍କ ସହ ଜଣେ ୯ ବର୍ଷର ବାଳକ ସେଲ୍ଫି ନେଇ ରାତାରାତି ସୋସିଆଲ୍‌ ମିଡିଆରେ ଷ୍ଟାର୍‌ ପାଲଟିଯାଇଛନ୍ତି। ହ୍ୟୁଷ୍ଟନ୍‌ର ଏନଆରଜି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବହୁ ପ୍ରବାସୀ ଭାରତୀୟମାନେ ପାରମ୍ପରିକ ବେଶରେ ଷ୍ଟାଡିୟମରେ ପହଞ୍ଚିଥିଲେ। ମୋଦି-ଟ୍ରମ୍ପ୍‌ ହାତ ଧରାଧରି ହୋଇ ଷ୍ଟାଡିୟମ ଭିତରେ ବୁଲୁଥିବାବେଳେ ହଠାତ୍‌ ଜଣେ ୯ବର୍ଷର ବାଳକ ହାତରେ ମୋବାଇଲ୍‌ ଧରି ସେଲ୍ଫି ନେବାକୁ ଚାହିଁଥିଲେ। ଟ୍ରମ୍ପ୍‌ ତୁରନ୍ତ ତାଙ୍କ ପାଖକୁ ଆସି ପିଠି ବାଡେଇ ମୋଦିଙ୍କୁ ସେଲ୍ଫି ନେବା ପାଇଁ ଡାକିଥିଲେ। ଉକ୍ତ ବାଳକ ସହ ମୋଦି-ଟ୍ରମ୍ପ୍‌ ସେଲ୍ଫି ନେଇଥିଲେ।

Share