Categories: ଜାତୀୟ

ମୋଦି ପାକିସ୍ତାନର ଦୂତ: ମମତା

ସିଲିଗୁଡି,୩।୧: ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ସଲିଗୁଡିରେ ପୁଣି ଏକ ରାଲି କରିଛନ୍ତି। ରାଲିକୁ ସମ୍ବୋଧିତ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ପାକିସ୍ତାନର ଦୂତ କହି ତୀବ୍ର ସମାଲୋଚନା କରିଛନ୍ତି। ଭାରତ ବିଷୟରେ କହିବା ବଦଳରେ ମୋଦି ପ୍ରତିଦିନ ପାକିସ୍ତାନ କଥା କହି ଚାଲିଛନ୍ତି। ମୋଦି ସବୁବେଳେ ଆମ ଦେଶକୁ ପାକିସ୍ତାନ ସହ କାହିଁକି ତୁଳନା କରୁଛନ୍ତି, ହିନ୍ଦୁସ୍ତାନ ବିଷୟରେ କାହିଁକି କେବେ କିଛି କହୁନାହାନ୍ତି ବୋଲି ମଧ୍ୟ ମମତା ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି। ମୋଦି ଭାରତର ପ୍ରଧାନମନ୍ତ୍ରୀ ନା ପାକିସ୍ତାନର ଦୂତ ବୋଲି ସେ ପ୍ରଶ୍ନ କରିଛନ୍ତି। ମୋଦି ପାକିସ୍ତାନର ଦୂତ ଭଳି ଆଚରଣ କରି ସବୁକଥାରେ ପାକିସ୍ତାନ ପ୍ରସଙ୍ଗ ଉଠାଉଛନ୍ତି ବୋଲି ମମତା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ପାକିସ୍ତାନର ଚର୍ଚ୍ଚା ପାକିସ୍ତାନକ କରୁ। ଆମେ ହିନ୍ଦୁସ୍ତାନର ଚର୍ଚ୍ଚା କରିବା ଦରକାର। କାରଣ ହିନ୍ଦୁସ୍ତାନ ହେଉଛି ଆମର ଜନ୍ମଭୂମି। ଏତଦ୍‌ ବ୍ୟତୀତ ସେ ମୋଦିଙ୍କୁ ସିଏଏ ଓ ଏନଆର୍‌ସିକୁ ନେଇ ମଧ୍ୟ ଆକ୍ରମଣ କରିଛନ୍ତି। ମମତା କହିଛନ୍ତି, ‘ଏହା ଏକ ଲଜ୍ଜାଜନକ ବିଷୟ ଯେ ୭୦ ବର୍ଷର ସ୍ବାଧୀନତା ପରେ ବି ଆମମାନଙ୍କୁ ନାଗରିକତା ପ୍ରମାଣ ଦେବାକୁ ପଡ଼ୁଛି।

Share