Categories: ଜାତୀୟ

ମୋଦି ପାଳନ କରନ୍ତୁ ରାଜଧର୍ମ: ଅଟଳଙ୍କ ପରାମର୍ଶ ମନେ ପକାଇଲେ ସୋନିଆ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧର୍ମ ପାଳନ କରନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ଏହାପୂର୍ବରୁ ଏପରି ମନ୍ତବ୍ୟ ଗୁଜରାଟ ଦଙ୍ଗା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ। ସୋନିଆ ଏହାର ପୁନରାବୃତ୍ତି କରିଛନ୍ତି। ଦିଲ୍ଲୀରେ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହିଂସାକାଣ୍ଡରେ ଘଟି ଚାଲିଛି ଏପରିସ୍ଥଳେ ସରକାର ମୂକ ଦର୍ଶକ ପାଲଟିଥିବା ସୋନିଆ ଅଭିଯୋଗ କରିଛନ୍ତି। ହିଂସାକାଣ୍ଡ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସେ କହିଛନ୍ତି।

Share