ମୋଦି-ପୁଟିନ୍‌ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି

ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍‌ ପୁଟିନ୍‌ ମିଳିତ ଭାବେ ବିବୃତି ଦେଇଛନ୍ତି। ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କୌଣସି ବାହାର ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି ବୋଲି ଏଥିରେ କୁହାଯାଇଛି। ଏହାଦ୍ୱାରା ପାକିସ୍ତାନକୁ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପୁଣି ଥରେ ଝଟକା ଲାଗିଛି। ଏହି ଗସ୍ତକାଳରେ ଭାରତରେ ମିଜାଇଲ୍‌ ସିଷ୍ଟମ ନିର୍ମାଣ ପାଇଁ ରୁଷିଆ ରାଜି ହୋଇଛି। ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରାଯିବ ବୋଲି ଦୁଇନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।

Share