ମୋଦି ବର୍ଷାରେ ଓଦା ନ ହେବା ପାଇଁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୦।୬: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦ୍ୱୀପ ଯାଇଥିଲେ। ସେଠାରୁ ସେ ଶ୍ରୀଲଙ୍କା ଗସ୍ତ କରିଥିଲେ। ଶ୍ରୀଲଙ୍କାରେ ପହଞ୍ଚିବା ବେଳକୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହେଲେ ରାଷ୍ଟ୍ରପତି ଭବନ ପରିସରରେ ମୋଦି ଯିବା ସମୟରେ ବର୍ଷା ହେଉଥିବା ନଜର ଆସିଥିଲା। ବିଶ୍ୱର ଏହି ପ୍ରଭାବଶାଳୀ ନେତା ବର୍ଷାରେ ଓଦା ନ ହେବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ନିଜେ ଛତା ଧରି ଯାଉଥିବା ଦେଖାଯାଇଛି। ଗୋଟିଏ ଛତାରେ ଉଭୟ ନେତା ଯାଉଥିବା ବେଳେ ରାଷ୍ଟ୍ରପତି ଭାବେ ଶିରସେନା ଛତା ଧରିଥିବାରୁ ମୋଦି ଜଣେ ପ୍ରଭାବଶାଳୀ ନେତା ବୋଲି ଆଲୋଚନା ହେଉଛି।

Share