Categories: ଜାତୀୟ

ମୋଦି ବ୍ରିଗେଡ୍‌ରେ ସାମିଲ୍‌ ହେବାକୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ ନୂଆ ବ୍ରିଗେଡ଼୍‌ରେ ସାମିଲ୍‌ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍‌ କଲ୍‌ ଆସିଛି। ଫୋନ୍‌ କଲ୍‌ ଆସିଥିବା ନେତାଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନିର୍ମଳା ସୀତାରମଣ, ରାଜନାଥ ସିଂ, ସୁଷମା ସ୍ବରାଜ, ନୀତିନ ଗଡ଼କରୀ, ଜିତେନ୍ଦ୍ର ସିଂ, ରବିଶଙ୍କର ପ୍ରସାଦ, ମୁଖତାର ଅବ୍ବାସ ନକ୍‌ଭୀ, ପୀୟୂଷ ଗୋଏଲ, ସ୍ମୃତି ଇରାନୀ, କିରଣ ରିଜିଜୁ, ରାଜ୍ୟବର୍ଦ୍ଧନ ସିଂ ରାଠୋର, ଅର୍ଜୁନ ମୁଣ୍ଡା, ବାବୁଲ ସୁପ୍ରିୟୋ, ସଦାନନ୍ଦ ଗୌଡା, ରାମଦାସ ଅଠାଓ୍ବଲେ, ରାମବିଳାଶ ପାଶଓ୍ବାନ, ଅନୁପ୍ରିୟା ପଟେଲଙ୍କ ଭଳି ୪୦ରୁ ଊର୍ଦ୍ଧ୍ୱ ନେତା ରହିଛନ୍ତି। ଅପରାହ୍ନ ୪ଟା ୩୦ରେ ଏହି ସଦସ୍ୟମାନଙ୍କୁ ମୋଦି ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି।

Share