Categories: ଜାତୀୟ

ମୋଦି ମାସ୍କ ପିନ୍ଧି ‘ଗର୍ବା’ର ମଜା ନେଲେ ଜନତା

ସୁରଟ,୫।୧୦: ନବରାତ୍ରୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଗର୍ବା ନାଚରେ ହଜିଯାଇଛନ୍ତି ସାଧାରଣ ଜନତା। ଗୁଜରାଟର ସୁରଟରେ ଶୁକ୍ରବାର ରାତିରେ ଗର୍ବା ନାଚିବାକୁ ପହଞ୍ଚିଥିବା ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ନାଚିବାର ଦୃଶ୍ୟଥିଲା ସବୁଠାରୁ ନିଆରା। ଏଥର ନବରାତ୍ରୀରେ ପିଲାମାନେ ସ୍ବତନ୍ତ୍ର ପୋଷାକ ପରିଧାନ କରିଥିବା ବେଳେ ମହିଳାମାନେ ମୁଣ୍ଡରେ ହେଲମେଟ ଲଗାଇ ନାଚୁଥିବାର ମଧ୍ୟ ଦେଖାଯାଇଥିଲା। ହେଲେ ମୋଦିଙ୍କ ପ୍ରଶଂସକମାନେ ଏଥର ଭିନ୍ନ ଧରଣର ଗର୍ବା ନାଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share