Categories: ଜାତୀୟ

ମୋଦି-ଶାହଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ ରାଉତ: ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ମୁଁ ତାହାର ପ୍ରଧାନ ଶିକ୍ଷକ ଥିଲି

ନୂଆଦିଲ୍ଲୀ,୧୧।୧୨: ନାଗରିକତା ସଂଶୋଧନ ବିଲ୍‌ ନେଇ ରାଜ୍ୟ ସଭାରେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ସ୍କୁଲରେ ତୁମେ ପଢୁଛ ଦିନେ ତାହାର ପ୍ରଧାନ ଶିକ୍ଷକ ମୁଁ ଥିଲି। ଭାଜପା ପକ୍ଷରୁ କୁହାଯାଉଛି ଏହି ବିଲ୍‌ କୁ ଯିଏ ସମର୍ଥନ କରିବ ସେ ଦେଶପ୍ରେମୀ ଏବଂ ସମର୍ଥନ ନ କରୁଥିବା ବ୍ୟକ୍ତି ଦେଶଦ୍ରୋହୀ। ଏପରି କହି ଭାଜପା ଭୋଟବ୍ୟାଙ୍କ ରାଜନୀତି କରୁଛି। ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ଅଳ୍ପ ସଂଖ୍ୟକଙ୍କ ଉପରେ ଅତ୍ୟାଚାର ହେଉଛି। ତେବେ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ ବୋଲି ସଞ୍ଜୟ ରାଉତ କହିଛନ୍ତି। ଅନୁପ୍ରବେଶକାରୀ ଏବଂ ଶରଣାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି। ଏହାକୁ ଭାଜପା ସରକାର ବୁଝିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

Share