Categories: ଜାତୀୟ

ମୋଦି-ଶାହଙ୍କ ନୀତି ଯୋଗୁ ବଢୁଛି ବେକାରଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ,୮।୧: ବୁଧବାର ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧ ଏବଂ ଆର୍ଥିକ ନୀତି ବିରୋଧରେ ୧୩ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସମର୍ଥନ କରିଛନ୍ତି। ବନ୍ଦରେ ସାମିଲ୍‌ ଥିବା ୨୫ କୋଟି କର୍ମଚାରୀଙ୍କୁ ରାହୁୁଲ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଲାଗୁ ହୋଇଥିବା ଜନ ବିରୋଧି, ଶ୍ରମିକ ବିରୋଧି ନୀତି ଯୋଗୁ ଦେଶରେ ବେକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ନୀତି ଯୋଗୁ ପିଏସ୍‌ୟୁ ଗୁଡ଼ିକ ଦୁର୍ବଳ ହେବାରେ ଲାଗିଥିବା ରାହୁଲ ଅଭିଯୋଗ କରିଛନ୍ତି।

Share