Categories: ଜାତୀୟ

ମୋଦି-ଶାହଙ୍କ ପାଖରେ ରହିଛି ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ: ଜୟରାମ ରମେଶ

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ମୋଦି-ଶାହଙ୍କ ପାଖରେ ସିବିଆଇ, ଇଡ଼ି ଏବଂ ଆୟକର ତ୍ରିଶୂଳ ରହିଛି। ଏହାର ବଳରେ ବଳୀୟାନ ହୋଇ ସେମାନେ ରାଜନେତାଙ୍କ ଚରିତ୍ର ହରଣ କରିବାକୁ ପଛାଉ ନାହାଁନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ଉପରେ ଏହି ତ୍ରିଶୂଳର ପ୍ରୟୋଗ କରାଯାଉଛି। ସେହିପରି ଏନ୍‌ଆର୍‌ସି ଦ୍ୱାରା କେବଳ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ଦେଶର ରାଜନୈତିକ ପରିବେଶ କଳୁଷିତ ହେଉଥିବା ସେ କହିଛନ୍ତି।

Share