ମୋଦି, ଶାହଙ୍କ ଫଟୋଚିତ୍ର ପୋଡ଼ିଲା ଯୁବ ଓ ଛାତ୍ର କଂଗ୍ରେସ

ପୁରୀ ଅଫିସ, ୧୪ା୧୨: ପୁରୀ ଜିଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ଇନ୍ଦିରା ଭବନ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଫଟୋଚିତ୍ର ପୋଡ଼ାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରେପ୍‌ ଇନ୍‌ ଇଣ୍ଡିଆ ମନ୍ତବ୍ୟକୁ ନେଇ ଭାଜପା ପକ୍ଷରୁ ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ବିରୋଧ କରି ଏହି ଫଟୋଚିତ୍ର ପୋଡ଼ାଯାଇଛି। ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶଙ୍କ ନେତୃତ୍ୱରେ ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ବିଧାନସଭା ଛାତ୍ର ସଭାପତି ଅନିଲ ପ୍ରଧାନ, ରାଜୀବ ଗାନ୍ଧୀ ଫୋରମ ଜିଲା ସଭାପତି ଦେବାଶିଷ ଦଇତାପତି, ଯୁବନେତା ମନୋଜ ମଣ୍ଡଳ, ଆଦିତ୍ୟ କୁମାର, ସ୍ମସ୍ମିତା ବେହେରା, ସନତ ରମ୍ବୋଲା, ଆୟୁଷ ଦାଶ, ରୁଦ୍ରପ୍ରତାପ ଦାଶ, ପ୍ରିୟତୋଷ ଛାଟୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।