Categories: ଜାତୀୟ

ମୋଦି-ଶାହଙ୍କ ସହିତ ମୁହାଁମୁହିଁ: ମମତା ସାଜିଲେ ନମ୍ବର ଓ୍ବାନ୍‌ ବିପକ୍ଷ ନେତା !

କୋଲକାତା,୧୬।୫: ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଟକ୍କର ଦେଇ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ନମ୍ବର ଓ୍ବାନ୍‌ ବିପକ୍ଷ ନେତା ପାଲଟି ଯାଇଛନ୍ତି। ରାଜ୍ୟରେ ଭାଜପା-ତୃଣମୂଳ କଂଗ୍ରେସ କଳିରୁ ମମତା ଅଧିକ ଲାଭାନ୍ବିତ ହୋଇଥିବା କୁହାଯାଉଛି। ଏଥିରେ ଭାଜପାର କ୍ଷତି ହେବାର ଆଶଙ୍କା ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପୂର୍ବରୁ ତୃତୀୟ ସାମ୍ମୁଖ୍ୟର ନେତା କିଏ ହେବ ସେ ନେଇ ମାୟାବତୀ, କେ.ଚନ୍ଦ୍ରଶେଖର ରାଓ, ଏମ୍‌. କେ ଷ୍ଟାଲିନ୍‌ ଏବଂ ଚନ୍ଦ୍ରାବାବୁ ନାଉଡୁଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବାବେଳେ ମମତା ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ପଶ୍ଚିମବଙ୍ଗର ରାଜନୈତିକ ହିଂସା ଜାତୀୟସ୍ତରରେ ମମତାଙ୍କ ପତିଆରା ବଢ଼ାଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share