Categories: ଜାତୀୟ

ମୋଦି ସରକାରଙ୍କୁ ଝଟ୍‌କା: ଧାର୍ଯ୍ୟ ବିକାଶ ହାର କମାଇଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିଶ୍ୱବ୍ୟାଙ୍କ ଏକ ଝଟ୍‌କା ଦେଇଛି। ମୋଦି ସରକାରଙ୍କ ପକ୍ଷରୁ ୨୦୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ବିକାଶ ହାରକୁ ବିଶ୍ୱବ୍ୟାଙ୍କ କମାଇ ଦେଇଛି। ଧାର୍ଯ୍ୟ ବିକାଶ ହାର ୬.୯ ପ୍ରତିଶତ ଆକଳନ କରାଯାଇଥିବାବେଳେ ବିଶ୍ୱବ୍ୟାଙ୍କ ଏହାକୁ ୬ ପ୍ରତିଶତରେ ସୀମିତ ରଖିଛି। ସେହିପରି ମୁଡ଼ିଜ୍‌ ମଧ୍ୟ ଦେଶର ବିକାଶ ହାର ଆକଳନକୁ ହ୍ରାସ କରିଛି। ୨୦୧୮-୧୯ରେ ଦେଶର ବିକାଶ ହାର ୬.୯ ପ୍ରତିଶତ ଥିଲା। ଗତ ଦୁଇ ବର୍ଷ ଧରି ଲଗାତାର ଦେଶର ଅଭିବୃଦ୍ଧି ହାରରେ ଅବନତି ଜାରି ରହିଛି। ୨୦୧୭-୧୮ରେ ଏହା ୭.୨ ପ୍ରତିଶତ ଥିବାବେଳେ ପରବର୍ତ୍ତୀ ସମୟରେ ବହୁ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହୋଇ ପାରିବାରୁ ଏହା କମିବାରେ ଲାଗିଛି। ଏନେଇ ମୁଡ଼ିଜ୍‌ ପକ୍ଷରୁ ଦେଶର ଅର୍ଥବ୍ୟବସ୍ଥା ନେଇ ଚେତାବନୀ ଦିଆଯାଇଛି। ଏହି ଧାରା ଜାରି ରହିଲେ ଦେଶର ସ୍ଥିତି ସଙ୍କଟ ଜନକ ହେବ ବୋଲି ମୁଡ଼ିଜ୍‌ କହିଛି। ଆର୍ଥିକ ମାନ୍ଦାର ପ୍ରଭାବ ୯୦ ପ୍ରତିଶତ ଦେଶ ଉପରେ ପଡ଼ିବାର ଆଶଙ୍କା ଥିବା ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଏଓ୍ବା ସୂଚନା ଦେଇଛନ୍ତି।

Share