ମୋଦି ସରକାରଙ୍କୁ ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ଝଟ୍‌କା: ଜିଏସ୍‌ପି ସୁବିଧାରୁ ଭାରତ ବଞ୍ଚିତ ହେବା ଆଶଙ୍କା

ଓ୍ବାଶିଂଟନ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଝଟ୍‌କା ଦେବାର ଯୋଜନା କରିଛନ୍ତି। ପୂର୍ବରୁ ଭାରତକୁ ବ୍ୟବସାୟ କ୍ଷେତ୍ରରେ ମିଳୁଥିବା ଜେନେରାଲାଇଜଡ୍‌ ସିଷ୍ଟମ ଅଫ୍‌ ଫ୍ରିଫେରେନ୍ସଜ୍‌(ଜିଏସ୍‌ପି)କୁ ଆମେରିକା ରଦ୍ଦ କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ୍‌ ଶନିବାର କହିଛନ୍ତି। ଏହାଦ୍ୱାରା ଭାରତକୁ ମିଳୁଥିବା ବ୍ୟବସାୟିକ ସୁବିଧା ସୁଯୋଗରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବା ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି। ଏହା ଦ୍ୱାରା ଭାରତ ଆମେରିକାକୁ ଅନେକ ସାମଗ୍ରୀ ବିନା ଶୁଳ୍କରେ ରପ୍ତାନୀ କରିପାରୁଥିଲା। ଏହି ସୁବିଧା ୨୦୧୯ ଜୁନ୍‌ ୫ରୁ ଶେଷ ହେବ। ତେବେ ଏହାକୁ ଯଦି ଆମେରିକା ରିନ୍ୟୁ ନ କରେ ତେବେ ଭାରତ ପାଇଁ ଅସୁବିଧା ସୃଷ୍ଟି ହେବ ବୋଲି କୁହାଯାଉଛି। ମାର୍ଚ୍ଚ ୪ରେ ଏହି ସୁବିଧାରୁ ଭାରତକୁ ବଞ୍ଚିତ କରାଯିବ ବୋଲି ଟ୍ରମ୍ପ୍‌ ସରକାର ସୂଚନା ଦେଇଥିଲେ। ଏହାପରେ ୬୦ ଦିନର ନୋଟିସ୍‌ ସମୟ ମେ ୩ରେ ଶେଷ ହୋଇଯାଇଛି।

Share