Categories: ଜାତୀୟ

ମୋଦି ସରକାରଙ୍କୁ ଧମକ ଦେଲେ ସାଧୁ: ରାମ ମନ୍ଦିର ନିର୍ମାଣ ନ ହେଲେ କରିବେ ଆତ୍ମହତ୍ୟା

ଅଯୋଧ୍ୟା,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ଶାସନ ଡୋର ଧରିଛନ୍ତି। ଯଦି ଏହି ୫ବର୍ଷ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନ ହୁଏ ତେବେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ସାଧୁ ସ୍ବାମୀ ପରମହଂସ ଦାସ। ରାମନ୍ଦିର ନିର୍ମାଣ ଲାଗି କରାଯାଇଥିବା ଏକ ଯଜ୍ଞ ଅବସରରେ ସେ ଏଭଳି କହିଛନ୍ତି। ମୋଦି ସରକାର ସାଧୁ ସନ୍ଥଙ୍କ ଦାବି ମାନିନେଇ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇନେବା ଆବଶ୍ୟକ ବୋଲି ସେ ପହିଛନ୍ତି। ଏହି ଯଜ୍ଞରେ ରାମଳାଲାଙ୍କ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ଯୋଗଦେଇଥିଲେ।

Share