Categories: ଜାତୀୟ

ମୋଦି ସରକାରଙ୍କ ଶହେ ଦିନର ବଡ଼ ଯୋଜନା: ୧୬୭ କାର୍ଯ୍ୟକୁ ଗୁୁରୁତ୍ୱ; ୩ ଲକ୍ଷ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଶହେ ଦିନ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ସରକାର ୧୬୭ କାର୍ଯ୍ୟକୁ ଗୁରୁତ୍ୱଦେବା ସହିତ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଯୋଜନା କରିଛନ୍ତି। କ୍ୟାବିନେଟ୍‌ ସଚିବ ପ୍ରଦୀପ ସିହ୍ନା ଏନେଇ ସମସ୍ତ ସଚିବଙ୍କ ପାଖକୁ ଚିଠି ପଠାଇଛନ୍ତି। ଏହାର ତଦାରଖ ନିଜେ କ୍ୟାବିନେଟ୍‌ ସଚିବ ହିଁ କରିବେ। ପ୍ରତି ସପ୍ତାହର ଅଗ୍ରଗତି ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ କ୍ୟାବିନେଟ୍‌ ସଚିବ ପାଖରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି। ମୋଦି ସରକାର ନିଜର ପ୍ରଥମ ଶହେ ଦିନର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଜୋର୍‌ସୋର୍‌ ପ୍ରୟାସ କରୁଥିବା କୁହାଯାଉଛି।

Share