Categories: ଜାତୀୟ

ମୋଦି ସରକାରରେ ନମ୍ବର ୨ରେ ରହିଲେ ଅମିତ ଶାହ

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି। ତେବେ ମୋଦିଙ୍କ ଅତି ନିକଟତର ତଥା ପୂର୍ବର ଭାଜପା ଅଧ୍ୟକ୍ଷ ଥିବା ଅମିତ ଶାହଙ୍କୁ କେଉଁ ବିଭାଗ ମିଳିବ ତାକୁ ନେଇ ଚାଲିଥିଲା ଅନେକ କଳ୍ପନାଜଳ୍ପନା। ଏବେ କିନ୍ତୁ ଶାହ ମୋଦି ସରକାରରେ ୨ ନମ୍ବର ସ୍ଥାନରେ ରହିଥିବା କୁହାଯାଉଛି। କାରଣ ଶାହଙ୍କୁ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ମୋଦି। ପୂର୍ବରୁ ରାଜନାଥ ସିଂଙ୍କ ନିକଟରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏଥର ଶାହାଙ୍କ ହାତକୁ ଟେକି ଦିଆଯାଇଛି। ଅମିତ ଶାହ ପୂର୍ବରୁ ଗୁଜରାଟର ଗୃହ ବିଭାଗ ସମ୍ଭାଳିଥିବା ବେଳେ  ଏଥର ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଆଯାଇଛି।

Share