Categories: ଜାତୀୟ

ମୋଦି ସରକାରରେ ସାମିଲ ହେବନି ଜେଡିୟୁ

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ସରକାରରେ ସାମିଲ ହେବନି ଜେଡିୟୁ। ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଏହା ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଯାଉଥିବା ବେଳେ ନୀତିଶ କୁମାରଙ୍କ ଏଭଳି ଘୋଷଣା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜେଡିୟୁର କୌଣସି ନେତା ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚି ନାହାନ୍ତି। ତେବେ ତାଙ୍କ ଦଳ ଏନ୍‌ଡିଏ ସହ ରହିଛି ଓ ରହିବ । କିନ୍ତୁ ସରକାର ଠାରୁ ଦୂରେଇ ରହିବ ବୋଲି ନୀତିଶ ପ୍ରକାଶ କରିଛନ୍ତି।

Share