Categories: ଜାତୀୟ

ମୋଦି ସାହସିକତାର ପଦକ୍ଷେପ ନେଇଛନ୍ତି: ମୋହନ ଭାଗବତ

ନୂଆଦିଲ୍ଲୀ, ୫।୮:କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀର ପାଇଁ ସମ୍ବିଧାନରେ ଥିବା ସ୍ବତନ୍ତ୍ର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ସରକାରରଙ୍କ ଏହି ନିଷ୍ପତ୍ତିକୁ କେଉଁଠି ସମର୍ଥନ ମିଳୁଥିବାବେଳେ ଆଉ କେଉଁଠି ଏହାକୁ ବିରୋଧ କରାଯାଉଛି। ମୋଦିଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)। ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି, ଧାରା ୩୭୦ ଉଚ୍ଛେଦ କରି ମୋଦି ଏକ ସାହାସିକତାର ପଦକ୍ଷେପ ନେଇଛନ୍ତି। କେବଳ ଜମ୍ମୁ-କଶ୍ମୀର ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଏହା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୩୭୦ ଧାରା ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଆଉ ମିଳିବ ନାହିଁ। ଏଣିକି ଜମ୍ମୁ-କଶ୍ମୀର ଏକ ରାଜ୍ୟ ଭାବେ ନୁହେଁ, ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ଏବଂ ଆଗରୁ ଏହା ସହିତ ସାମିଲ ଥିବା ଲଦାଖ ଏବେ ତା’ଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ।

Share