Categories: ଖେଳ

ମୋଦି ହିଁ ପ୍ରଥମେ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଆସେସ୍‌ ମ୍ୟାଚ୍‌ ବିଜୟର ଦେଇଥିଲେ ସୂଚନା

ଲିଡ୍ସ, ୨୭ା୮: ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡର ପରାଜୟ ନିଶ୍ଚିତ ଲାଗୁଥିଲେ ମଧ୍ୟ ଷ୍ଟୋକ୍ସ ଏବଂ ଜ୍ୟାକ୍‌ ଲିଚଙ୍କ ମଧ୍ୟରେ ଶେଷ ଉଇକେଟ୍‌ ପାର୍ଟନରସିପ୍‌ ମ୍ୟାଚର ଗତିପଥ ବଦଳାଇଦେଇଥିଲା। ଏହି ରୋମାଞ୍ଚକ ମ୍ୟାଚର ଫଳାଫଳ ସୂଚନା ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ଜଣାଇଥିଲେ। ଉଭୟ ନେତା ଫ୍ରାନ୍ସରେ ଚାଲିଥିବା ଜି-୭ ବୈଠକରେ ଭାଗନେବା ଅବସରରେ ଇଂଲଣ୍ଡ ଜିତିଥିଲା। ମୋଦି ତୁ୍‌ରନ୍ତ ଏକଥା ଜାଣି ବୋରିସ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଆଇପ୍ୟାଡ୍‌ ମଗାଇ ମ୍ୟାଚ୍‌ ସ୍କୋର ଦେଖିଥିଲେ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି।

Share