ମୋବାଇଲ୍‌ ଅଭ୍ୟାସରୁ ମୁକ୍ତି ଦେବ ଗୁଗଲ ଆପ୍ସ୍‌: ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ

ଓ୍ବାଶିଂଟନ,୨୪।୧୦: ମୋବାଇଲ୍‌ ଏବେ ସମସ୍ତଙ୍କର ଅତି ଆପଣାର ବସ୍ତୁ ପାଲଟିଛି। କେତେକ ବହୁ ସମୟ ଧରି ମୋବାଇଲ୍‌ ସହିତ ଜଡ଼ିତ ରହୁଛନ୍ତି। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସହିତ ସାମାଜିକ କ୍ଷେତ୍ରରେ ନାନା ସମସ୍ୟା ଦେଖାଦେଉଛି। ତେବେ ମୋବାଇଲ୍‌ ଅଭ୍ୟାସରୁ ମୁକ୍ତି ପାଇଁ ଗୁଗଲ ପକ୍ଷରୁ ୫ଟି ଆପ୍ସ୍‌ ତିଆରି କରାଯାଇଛି। ଏଗୁଡ଼ିକ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ହେଉଛି। ଏହାକୁ ଏକ ଆମେରିକା  କମ୍ପାନୀ ପ୍ରସ୍ତୁତ କରିଛି। ଏହାକୁ ଗୁଗଲ ଡିଜିଟାଲ ଓ୍ବେଲ୍‌ବିଙ୍ଗ୍‌ ଲାଗି ଉପଯୋଗ କରୁଛି। ଏହି ଆପ୍ସ୍‌ଗୁଡ଼ିକ ହେଉଛି ଅନ୍‌ ଲକ୍‌ କ୍ଲକ୍‌, ଓ୍ବି ଫ୍ଲିପ୍‌, ପୋଷ୍ଟ ବକ୍ସ୍‌, ମୋର୍ରଫ୍‌ ଏବଂ ଡେଜର୍ଟ ଇଜ୍‌ଲାଣ୍ଡ ପ୍ରଭୃତି। ଏହା କମ୍‌ ସ୍ପେସ୍‌ ନେବ ବୋଲି ଗୁଗଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share