ମୋବାଇଲ୍‌ ଆପ୍‌ କରୋନା ସମ୍ପର୍କରେ ୧୦୦ମିଟର ଦୂରରୁ କରୁଛି ସଚେତନ: ପ୍ରତି ଘଣ୍ଟାରେ ୨୦ ହଜାର ଡାଉନଲୋଡ୍‌

ସିଓଲ୍‌,୫।୩: କରୋନା ସଂକ୍ରମଣ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ୍‌ ଆପ୍‌ ତିଆରି କରିଛି। କରୋନା ୧୦୦ଏମ୍‌ ନାମକ ଏହି ଆପ୍‌କୁ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍‌ କରାଯାଇପାରୁଛି। ପ୍ରତିଘଣ୍ଟାରେ ଏହି ଆପ୍‌କୁ ୨୦ ହଜାରରୁ ଅଧିକ ୟୁଜର ଡାଉନଲୋଡ୍‌ କରୁଥିବା କୁହାଯାଉଛି। ଏହି ଆପ୍‌ କରୋନା ସଂକ୍ରମିତ ଅଞ୍ଚଳକୁ ଯିବା ଲାଗି ୟୁଜରଙ୍କୁ ମନା କରୁଛି। ଏହି ଆପ୍‌ କରୋନା ସଂକ୍ରମିତ ଅଞ୍ଚଳର ୧୦୦ମିଟର ଦୂରରୁ ୟୁଜରଙ୍କୁ ସତର୍କ ସୂଚନା ଦେଉଛି। ବର୍ତ୍ତମାନ ସୁଦ୍ଧା ଏହି ଆପ୍‌କୁ ୧୦ଲକ୍ଷରୁ ଅଧିକ ଥର ଡାଉନଲୋଡ୍‌ କରାଯାଇ ସାରିଛି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ପୂର୍ବରୁ ଚାଇନା ଏବଂ ଜାପାନରେ ଏଭଳି ଆପ୍‌ର ପ୍ରଚଳନ ହୋଇ ସାରିଛି।

Share