Categories: ଜାତୀୟ

ମୋବାଇଲ୍‌ ଆଲୋକରେ ଶହୀଦ୍‌ ଯବାନଙ୍କ ଅନ୍ତିମ ସଂସ୍କାର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଫିରୋଜାବାଦ,୨୦।୧୦: ଉତ୍ତରପ୍ରଦେଶ ଫିରୋଜାବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଶହୀଦ୍‌ ଯବାନଙ୍କ ଅନ୍ତିମ ସଂସ୍କାର ଅନ୍ଧାରରେ ମୋବାଇଲ୍‌ ଆଲୋକରେ କରାଯାଇଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କାହିଁକି ଆଲୋକର ବ୍ୟବସ୍ଥା କରାଗଲା ନାହିଁ ସେ ନେଇ ଏବେ ପ୍ରଶ୍ନ ଉଠିଛି। ବିଏସ୍‌ଏଫ୍‌ ହେଡ୍‌ କନେଷ୍ଟବଳ ବିଜୟ ଭାନ୍‌ ସିଂଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁ ମଖନପୁର ଅନ୍ତର୍ଗତ ଚମରୋଲିରେ ହେଉଥିବା ସମୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଭାରତ-ବାଂଲାଦେଶ ସୀମାରେ ଅକ୍ଟୋବର ୧୭ରେ ପାଟ୍ରୋଲିଂ ସମୟରେ ଗୁଳିମାଡ଼ରେ ବିଜୟ ଶହୀଦ୍‌ ହୋଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶହୀଦ୍‌ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ସହିତ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି।

Share