Categories: ଜାତୀୟ

ମୋବାଇଲ୍‌ ଇଣ୍ଟରନେଟ୍‌ ଯୋଗୁ ନ ବଢୁ ଦୂରତା: ପ୍ରତିଦିନ ସନ୍ଧ୍ୟାରେ ଗାଁର ୧୧ ପରିବାର ଘଣ୍ଟାଏ କରୁଛନ୍ତି ଗପସପ

ରାୟପୁର,୨୦।୧: ସମ୍ପ୍ରତି ମୋବାଇଲ୍‌ ଇଣ୍ଟରନେଟ୍‌ ଯୋଗୁ ଲୋକେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ସାଇଟ୍‌ରେ ଦେଶ-ବିଦେଶରେ ବହୁ ଲୋକଙ୍କ ସହିତ ବନ୍ଧୁତା କରିପାରୁଛନ୍ତି। ତେବେ ଇଣ୍ଟରନେଟ୍‌ରେ ବ୍ୟସ୍ତ ରହିବା ଯୋଗୁ ନିକଟରେ ଥିବା ପ୍ରିୟ ପରିଜନ ତଥା ବନ୍ଧୁବାନ୍ଧବଙ୍କୁ ସେମାନେ ସମୟ ଦେଇପାରୁ ନାହାଁନ୍ତି। ତେଣୁ ଛତିଶଗଡ଼ ଧମତରି ଜିଲାର ବୋଡ଼ରା ଗାଁରେ ୧୧ ପରିବାରର ୭୦ ଜଣ ସଦସ୍ୟ ପ୍ରତିଦିନ ସନ୍ଧ୍ୟାରେ ଘଣ୍ଟାଏ ଏକାଠି ବସି ଗପସପ କରୁଛନ୍ତି। ଏହି ପରିବାରଙ୍କ ମଧ୍ୟରେ କୌଣସି ରକ୍ତ ସମ୍ପର୍କ ନାହିଁ। ଏବେ ଏହି ଘଟଣା ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share