ମୋବାଇଲ୍‌ ବଢ଼ାଇପାରେ କରେନା ସଂକ୍ରମଣ: ସାବଧାନ ରୁହନ୍ତୁ; ୪ରୁ ୫ ଥର ସାନିଟାଇଜରରେ ପୋଛନ୍ତୁ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଦୈନନ୍ଦିନ ଜୀବନରେ ଜଣେ ବ୍ୟକ୍ତି ମୋବାଇଲ୍‌କୁ ହାରାହାରୀ ୨୬୦୦ ଥର ଛୁଉଁଛନ୍ତି। ୭୬ଥର ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଏହା ସଂକ୍ରମଣକୁ ବଢ଼ାଇପାରେ। ଏଣୁ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଚାରିରୁ ପାଞ୍ଚ ଥର ଏହାକୁ ସାନିଟାଇଜରରେ ପୋଛନ୍ତୁ। ବାହାରକୁ ଯାଉଥିଲେ ଏଣେତେଣେ ମୋବାଇଲ ନ ରଖି ନିଜ ବ୍ୟାଗ୍‌ରେ ରଖନ୍ତୁ ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟିି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।

Share