Categories: ଜାତୀୟ

ମୋବାଇଲ୍‌ ସ୍କ୍ରିନ୍‌ ଦ୍ୱାରା ବି ବ୍ୟାପିପାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୪।୩ : କରୋନା ସଂକ୍ରମଣ ନେଇ ଏବେ ପୃଥିବୀ ସାରା ଆତଙ୍କ ଖେଳି ଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଚିକିତ୍ସକ ପରାମର୍ଶ ଦେଉଛନ୍ତି। ତେବେ ନିକଟରେ ଦିଲ୍ଲୀର କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ମୋବାଇଲ୍‌ ସ୍କ୍ରିନ୍‌ ଦ୍ୱାରା ବି କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ମୋବାଇଲ୍‌ ସ୍କ୍ରିନ୍‌ରେ ବାରମ୍ବାର ହାତ ଲାଗିଥାଏ। ତେଣୁ ଏହାକୁ ସଫା କରିବା ଦ୍ୱାରା ଏଥିରେ ଥିବା ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି। ସାକେତଠାରେ ଥିବା ମ୍ୟାକ୍ସ ହସ୍ପିଟାଲର ଡ. ବିବେକ କୁମାର ଏନେଇ ଲୋକଙ୍କୁ ସଚେତନ କରାଇଛନ୍ତି। କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେହିପରି ସଫଦରଜଙ୍ଗ ହସ୍ପିଟାଲର ଡ. ଯୁଗଳ କିଶୋର ଆମିଷ ନ ଖାଇବାକୁ ପରାମର୍ଶ ଦେଇଛନ୍ତି।

Share