Categories: ଗଞ୍ଜାମ

ମୋବାଇଲ କୋର୍ଟରେ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୧୨ା୯: ଗତ ୨ ଦିନ ଧରି ପରିବହନ ମାଜିଷ୍ଟ୍ରେଟ ଅନୁରାଧା ଶର୍ମାଙ୍କ ମୋବାଇଲ କୋର୍ଟ ଜରିଆରେ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ପରିବହନ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ଗୁଡିକରୁ ୧ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି। ପରିବହନ ବିଭାଗ ଇନ୍ସପେକ୍ଟର ଅନୁରାଧା ଶର୍ମା, ମାନସ ମିଶ୍ର ଓ ତାଙ୍କ ଷ୍ଟାଫ ଜାତୀୟ ରାଜପଥରେ ଟିକସ ଫାଙ୍କିବା, ଓଭର ଲୋଡିଂ ଆଦି ଗାଡି କାଗଜପତ୍ର ଯାଞ୍ଚ ବେଳେ ୬୦ ମାମଲାରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ଇନ୍ସପେକ୍ଟର ଶର୍ମା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ସହର ଉପକଣ୍ଠ ଓ ସହର ମଧ୍ୟରେ ଏଭଳି ଚଢାଉ ଜାରି ରହିବ ବୋଲି ଇନ୍ସପେକ୍ଟର ମିଶ୍ର ମଧ୍ୟ କହିଛନ୍ତି।