ମୋବାଇଲ ଚାର୍ଜ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବଲାଙ୍ଗୀର ଅଫିସ/ଦେଓଗାଁ, ୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ବରକାନୀ ଗାଁରେ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଶ୍ରମିକ ମୃତ୍ୟୁ ଘଟିଛି। ସେମାନେ ହେଲେ ପଶ୍ଚିମବଙ୍ଗ ଖିକିତୋଲା ଗ୍ରାମର ଗଙ୍ଗା ହୁସେନ ଓ ଝାଓଡୋଲି ଗ୍ରାମର ଜିଲ୍ଲାର ହୁସେନ। ଅନ୍ୟ କିଛି ଯୁବକଙ୍କ ସହ ଏହି ଦୁଇ ଯୁବକ ପଶ୍ଚିମବଙ୍ଗରୁ ଆସି ବରକାନୀ ଗ୍ରାମରେ ସିମେଣ୍ଟ କୁଣ୍ଡ ତିଆରି କରୁଥିଲେ। ମୋବାଇଲ ଚାର୍ଜ କରୁଥିବା ବେଳେ ଦୁଣ ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି।