ବନ୍ତ, ୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟଠାରେ ଜଣେ ମୋବାଇଲ ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ରବିବାର ସାନବର୍ଚ୍ଚିକୟାଁ ଗ୍ରାମର ଯୁଧିଷ୍ଠିର ଦାସ ବନ୍ତ ସାପ୍ତାହିକ ହାଟରେ ପରିବା କିଣୁଥିବା ବେଳେ ଜଣେ ଯୁବକ ତାଙ୍କ ପକେଟରୁ ମୋବାଇଲ ଚୋରି କରିନେଇଥିଲେ । ବହୁ ଖୋଜାଖୋଜି କରି ନ ପାଇବାରୁ ଅଳ୍ପ ଦୂରରେ ଛିଡ଼ା ହୋଇଥିବା ଜଣେ ଯୁବକଙ୍କୁ ସେ ସନ୍ଦେହ କରିଥିଲେ । ଟିଲୋ ଅଞ୍ଚଳର ଅବନୀ ଧଳ ସମ୍ପୃକ୍ତ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିବାବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଲୋକମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ମୋବାଇଲ ଚୋରି ପୂର୍ବରୁ ଯୁବକଜଣକ ସେହିଦିନ ଦେବତାଗଢିଆ ଗ୍ରାମର ଦାମୋଦର ସେଠୀଙ୍କ ପକେଟରୁ ଟଙ୍କା ଚୋରି କରିଥିବା ଜଣାପଡିଥିଲା । ସମ୍ପୃକ୍ତ ଯୁବକ ଜଣକ ଆର୍ଏନ୍ ବେତଡା ଗ୍ରାମର ରମେଶ ଦାସ ବୋଲି ପୋଲିସ କହିଛି ା ଏନେଇ ପୋଲିସ ମାମଲା(ନଂ .୮ା୨୦) ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ସୋମବାର କୋର୍ଟଚାଲାଣ କରିଛି ।