ମୋବାଇଲ ଚୋରି: ଜଣେ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.):କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରୀ ଘଟଣାରେ ସଞ୍ଜୟ ମହାନ୍ତ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି ମୋବାଇଲ ଜବତ କରିଛି। ତାଙ୍କ ଘର ବାକଲ ହଟିଂ ଅଞ୍ଚଳରେ। ଏନେଇ ବଡବିଲ ଥାନାରେ ଏକ ମାମଲା (ନଂ ୧୧୯/୨୦୧୯) ରୁଜୁ ହୋଇଛି। ବଡବିଲର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି ଘଟଣାରେ ସଂପୃକ୍ତ ଥିବା ସଞ୍ଜୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।

Share