ମୋବାଇଲ ଟାଓ୍ବାରକୁ ବିରୋଧ: ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସାହିବାସିନ୍ଦା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଗୁଣ୍ଡିଚାମନ୍ଦିର ନିକଟରେ ଥିବା ଚାରିଘରିଆ ସାହିରେ ମୋବାଇଲ ଟାଓ୍ବାର ବସାଇବାକୁ ବିରୋଧକରି ଅନ୍ତେଃବାସୀ ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୋମବାର ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆନନ୍ଦପୁରର ଜନୈକ ବ୍ୟକ୍ତିଙ୍କ ପଟ୍ଟାଭୁକ୍ତ ଜମିରେ ମୋବାଇଲ ଟାଓ୍ବାର ବସାଇବାକୁ ଉଦ୍ୟମ ହେଉଛି। ତେବେ ସମ୍ପୃକ୍ତ ଜମିର ଚତୁଃପାର୍ଶ୍ୱରେ ବାସଗୃହ ରହିଥିବାରୁ ସାହିବାସିନ୍ଦା ଏହାକୁ ବିରୋଧ କରିଛନ୍ତି। ଟାଓ୍ବାର ବସାଇବା ଦ୍ୱାରା ଏହାର ରେଡିଏଶନ୍‌ରେ ସାହିବାସିନ୍ଦାଙ୍କ ସ୍ବାସ୍ଥ୍ୟହାନି ଘଟିବା ସମ୍ଭାବନାକୁ ନେଇ ଏହାକୁ ବିରୋଧ କରାଯାଇଛି। ପୂର୍ବରୁ ଏ ନେଇ ଜୁଲାଇ ୧୨ ତାରିଖରେ ଆନନ୍ଦପୁର ଉପଜିଲାପାଳ, ପୌର କାର୍ଯ୍ୟନିର୍ବାହୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୀତାଂଶୁ ଶେଖର ସାମଲ ଘଟଣା ଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।