ମୋବାଇଲ ଦେଖାଇବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ସମ୍ପର୍କୀୟ ଜେଜେ ଫେରାର

କୁଆଁରମୁଣ୍ଡା,୧୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କୁ ଶନିବାର ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଶିଶୁକନ୍ୟାଙ୍କୁ ମଙ୍ଗଳବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତରୀ ମାଇନା କରାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି।
ସୂଚନାନୁଯାୟୀ, ଅଭିଯୁକ୍ତ ଓ ଶିଶୁକନ୍ୟାଙ୍କ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ଏପରି କି ପୀଡ଼ିତା ଶିଶୁକନ୍ୟା ଅଭିଯୁକ୍ତଙ୍କୁ ଜେଜେ ଡାକୁଥିଲେ। ଉକ୍ତ ଘଟଣାଦିନ ଅଭିଯୁକ୍ତ ଜେଜେ ମୋବାଇଲ ଦେଖାଉଥିବା ସମୟରେ ଏଭଳି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କୁ ଗିରଫ ଲାଗି ପ୍ରଚେଷ୍ଟା ଚଳାଇଛି।