ମୋବାଇଲ ପାଇ ଫେରାଇଲେ ଖବରଦାତା

ଧର୍ମଶାଳା,୨୩ା୨(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଏକ ସ୍ମାର୍ଟ ମୋବାଇଲ ଫୋନ ପାଇ ଫେରାଇଛନ୍ତି ଜଣେ ଖବରଦାତା। ମିଳିଥିବା ସୂଚନା ଅନୁସାରେ ୪ଦିନ ତଳେ ରାମ୍‌କୋ ସିମେଣ୍ଟ କମ୍ପାନୀର ଜଣେ କର୍ମଚାରୀ ଆଶିଷ ଗୋଏଲ ଅଫିସ କାର୍ଯ୍ୟ ସାରି ଘରକୁ ବାଇକ ଯୋଗେ ଆସୁଥିବାବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ସାର୍ଟର ଉପର ପକେଟରେ ଥିବା ମୋବାଇଲଟି ଛିଟିକି ରାସ୍ତାକଡ଼ରେ ଥିବା ଘାସରେ ପଡିଥିଲା। ସେ ଖୋଜାଖୋଜି କରି ନ ପାଇ ଜାରକା ବିଟ ହାଉସରେ ଏକ ଏତଲା କରିଥିଲେ। ଶନିବାର ସକାଳେ ସେହି ରାସ୍ତା ଦେଇ ଜାରକା ପଞ୍ଚାୟତ ଦୁବଗାଡ଼ିଆ ଗ୍ରାମର ଖବରଦାତା କିଶୋର ଚନ୍ଦ୍ର ରାଉତ ଆସୁଥିବା ବେଳେ ତାଙ୍କ ଦୃଷ୍ଟିରେ ମୋବାଇଲଟି ପଡ଼ିଥିଲା। ସେ ମୋବାଇଲଟିକୁ ଆଣି ଦେଖିବାବେଳକୁ ତାହା ବନ୍ଦଥିଲା। ମୋବାଇଲଟି ଖୋଲି ସେଥିରୁ ରାମକୋ ସିମେଣ୍ଟ କାରଖାନାର କିଛି ନମ୍ବର ପାଇଥିଲେ। ପରେ ଉକ୍ତ ନମ୍ବର ସହ ଯୋଗାଯୋଗ କରି କିଶୋର ମୋବାଇଲଟିକୁ ଆଶିଷଙ୍କୁ ହସ୍ତାନ୍ତର କରିଥିଲେ।