Categories: ବାଣିଜ୍ୟ

ମୋବାଇଲ ଫୋନ ରପ୍ତାନି;ଭାରତ ୨୧ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୦ -୮: ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଭାରତ ଗତବର୍ଷ ବେଶ ଅଭିବୃଦ୍ଧି ହାସଲ କରିଛି। ଫଳରେ ଏହା ୨୧ ସ୍ଥାନ ଉପରକୁ ଉଠି ରପ୍ତାନିକାରୀ ଦେଶଙ୍କ ତାଲିକାର ୧୭ତମ ସ୍ଥାନରେ ପହଞ୍ଚତ୍ଛି। ଗତବର୍ଷ ଭାରତୀୟ କମ୍ପାନୀମାନେ ୧.୦୭ ବିଲିୟନ ଡଲାର ମୂଲ୍ୟର ମୋବାଇଲ ଫୋନ୍‌ ରପ୍ତାନି କରିଛନ୍ତି ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ,ଗତ ୫ ବର୍ଷ ଭିତରେ ଭାରତର ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ୧୭ ପ୍ରତିଶତ ବୃଦ୍ଧି ହୋଇଛି। ଦେଶ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଭିତରେ ମୋବାଇଲ ଫୋନ ୨୩ତମ ସ୍ଥାନରେ ରହିଛି। ତେବେ ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଚାଇନା, ଭିଏତନାମ ଓ ହଂକଂ ଶୀର୍ଷ ୩ ଦେଶ ମଧ୍ୟରେ ରହିଛି। ବିଶ୍ୱରେ ଚାଇନା ସର୍ବାଧିକ ୪୯ ପ୍ରତିଶତ, ଭିଏତନାମ ୧୩ ପ୍ରତିଶତ ଏବଂ ହଂକଂ ୧୦.୯ ପ୍ରତିଶତ ମୋବାଇଲ ଫୋନ ରପ୍ତାନି କରିଛି। ତେବେ ଭାରତ ବିଶ୍ୱରେ ରପ୍ତାନି ହେଉଥିବା ମୋଟ ମୋବାଇଲ ଫୋନର ମାତ୍ର ୦.୪% ରପ୍ତାନି କରୁଛି।

Share