Categories: ପୁରୀ

ମୋ’ବେଳାଭୂମିରେ ଆବର୍ଜନା ମୁକ୍ତ ଅଭିଯାନ

କୃଷ୍ଣପ୍ରସାଦ,୧୦ା୭(ଡି.ଏନ୍‌.ଏ.)-ପୁରୀ ଜିଲାପାଳଙ୍କ ସ୍ବଚ୍ଛ ପରିବେଶ କାର୍ଯ୍ୟକ୍ରମ ଅବସରରେ ମୋ’ ବେଳାଭୂମି ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳସ୍ଥିତ ପର୍ଯ୍ୟଟନ ସ୍ଥଳଗୁଡ଼ିକରୁ ଆବର୍ଜନା ମୁକ୍ତ ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକର ବିଜୁ ଯୁବ ବାହିନୀ ତରଫରୁ ସାତପଡା ଚିଲିକା ଉପକୂଳରେ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମକୁ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି ଉଦ୍‌ଘାଟନ କରିଥିଲେ ା ସହକାରୀ ଯନ୍ତ୍ରୀ ଇଂ. ପ୍ରସନ୍ନ କୁମାର ସ୍ବାଇଁ, ବିଜୁ ଯୁବ ବାହିନୀ ସଂଯୋଜକ ମାନସ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ ା ସେହିଭଳି ଘିମୁଦା ଜେଟିଠାରେ ଯୁବ ବାହିନୀ ସମ୍ପାଦକ ଅନିଲ କୁମାର ସିଂଙ୍କ ନେତୃତ୍ୱରେ ସଫେଇ ହୋଇଥିଲା। ଜହ୍ନିକୁଦା ଘାଟ ପେଣ୍ଠ, ରାୟପୁର, ଗବକୁଣ୍ଡ, ଅରଖକୁଦା ଆଦି ଅଞ୍ଚଳକୁ ଆବର୍ଜନା ମୁକ୍ତ କରାଯିବା ସହ ମଇଳା ଅନ୍ୟଆଡ଼େ ନ ପକାଇ ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।