ମୋରଡ଼ା ବ୍ଲକରେ ଥିବା ଏକମାତ୍ର ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଅଚଳ, ନିରାଶ ହୋଇ ଫେରୁଛନ୍ତି ଗ୍ରାହକ

ଚିତ୍ରଡା,୨୮।୫(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ମୋରଡା ବ୍ଲକର ଏକମାତ୍ର ଷ୍ଟେଟବ୍ୟାଙ୍କ ଏଟିଏମ୍‌ ଚିତ୍ରଡା ବସଷ୍ଟାଣ୍ଡରେ ରହିଛି। ପାଖାପାଖି କୋଡିଏ କିଲୋମିଟର ମଧ୍ୟରେ ଏହା ଗୋଟିଏ ମାତ୍ର ଏଟିଏମ୍‌ ହେତୁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି। ହେଲେ ପାଖାପାଖି ଦେଢ଼ମାସରୁ ଉର୍ଦ୍ଧ ସମୟ ଧରି ଏହା ବନ୍ଦ ପଡିଛି। ପ୍ରତ୍ୟେକ ଦିନ ପାଖାପାଖି ୧୦୦ରୁ ଉର୍ଦ୍ଧ ଗ୍ରାହକ ଏଠାକୁ ଟଙ୍କା ଉଠାଇବାପାଇଁ ଆସି ନିରାଶ ହୋଇ ଫେରୁଛନ୍ତି। ବହୁଦିନ ଧରି ଏଟିଏମ୍‌ଟି ଅଚଳ ହୋଇ ପଡ଼ିଥିବାରୁ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମାର୍ଚ୍ଚ୨୫ ତାରିଖରୁ ଏହା ଅଚଳ ରହିଥିବା ଯୋଗୁ ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।

Share