ମୋରମ୍‌ ବୋଝେଇ ଟ୍ରାକ୍ଟରଠାରୁ ରୟାଲଟି ଆଦାୟ

ବନ୍ତ,୨।୫(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଗଣିଜାଙ୍ଗ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ତହସିଲଦାର ଇନ୍ଦିରା ସାହୁ ଶନିବାର ଏକ ମୋରମ୍‌ ବୋଝେଇ ଟ୍ରାକ୍ଟରଠାରୁ ରୟାଲଟି ଆଦାୟ କରିଛନ୍ତି। ରାସ୍ତା କାମରେ ବ୍ୟବହାର ପାଇଁ ଏହି ମୋରମ୍‌ ଯାଉଥିବା ଚାଳକ କହିଥିଲେ ମଧ୍ୟ କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲେ। ଫଳରେ ଟ୍ରାକ୍ଟର ଚାଳକଙ୍କଠାରୁ ୧ ହଜାର ଟଙ୍କା ରୟାଲଟି ଆଦାୟ କରାଯାଇଥିବା ଜଣାଯାଇଛି।