Categories: ଫୁରସତ

ମୋରୋକୋ ରାଜାଙ୍କ ୫ କୋଟି ଟଙ୍କାର ଘଣ୍ଟା ଚୋରି

ମୋରୋକୋ ରାଜା ମହମ୍ମଦ-VIଙ୍କ ଘରୁ ୩୬ଟି ଦାମୀ ଘଣ୍ଟା ଚୋରି ହୋଇଛି। ଏହି ଘଣ୍ଟାଗୁଡିକର ମୂଲ୍ୟ ପାଖାପାଖି ୫କୋଟି ଟଙ୍କା ହେବ। ୪୬ ବର୍ଷୀୟ ଜଣେ ମହିଳା ଏହି ଚୋରି କରିଥିବା ଜଣାପଡିଛି। ଉକ୍ତ ମହିଳା ଜଣଙ୍କ ରାଜାଙ୍କ ଘରେ ସଫେଇ କାର୍ଯ୍ୟ କରୁଥିଲେ। ମହମ୍ମଦ ମହିଳାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଫଳରେ ତାଙ୍କୁ ମୋରୋକୋ କୋର୍ଟ ୧୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ମହିଳାଙ୍କ ସହ ଅନ୍ୟ ୧୪ ଜଣ ଏହି ଚୋରି ମାମଲାରେ ଜଡିତ ଥିଲେ। ମସଲନ ନାମକ ଜଣେ ସୁନା ବେପାରୀଙ୍କୁ ଏହି ଘଣ୍ଟାଗୁଡିକ ବିକ୍ରି କରାଯାଇଥିଲା। ତାଙ୍କୁ ମଧ୍ୟ ୪ ବର୍ଷ ଜେଲ୍‌ ହୋଇଛି। ଚୋରି ଘଣ୍ଟା ବିକି ଜଣେ ଅଭିଯୁକ୍ତ ଏକ କାର୍‌ କିଣିଛନ୍ତି। ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ। କେବଳ ଏତିକି ନୁହେଁ ସେ ତାଙ୍କ ଭଉଣୀଙଙ୍କ ନାଁରେ ଏକ ଫ୍ଲାଟ ମଧ୍ୟ କିଣିଛନ୍ତି। ସୂଚନାଯୋଗ୍ୟ, ମୋରୋକୋ ରାଜା ଏକ ବିଳାଶପୂର୍ଣ୍ଣ ଜୀବନ ବିତାନ୍ତି। ତାଙ୍କୁ ମହଙ୍ଗା ଘଣ୍ଟା ବେଶ୍‌ ପସନ୍ଦ। ୨୦୧୪ରେ ଫୋବର୍ସ ମାଗାଜିନ୍‌ ପକ୍ଷରୁ ବିଶ୍ୱର ସବୁଠୁ ଧନୀ ତାଲିକାରେ ମହମ୍ମଦଙ୍କ ନାଁ ରହିଥିଲା।

Share