Categories: ଖେଳ

ମୋର୍ଗାନ ଆହତ

ଲଣ୍ଡନ,୨୪।୫(ଏଏଫ୍‌ପି): ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଆହତ ହୋଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚ୍‌ ପାଇଁ ଅଭ୍ୟାସ କରୁଥିବାବେଳେ ତାଙ୍କ ବାମହାତାର ଆଙ୍ଗୁଠିରେ ଆଘାତ ଲାଗିଥିବା ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ତାଙ୍କୁ ଏକ୍ସ-ରେ’ ପାଇଁ ମେଡିକାଲ ପଠାଯାଇଛି। ହାମ୍ପଶାୟାର ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଜୋ ରୁଟଙ୍କ ଅନୁପସ୍ଥିତିରେ ୧୪ ଜଣିଆ ଇଂଲଣ୍ଡ ଦଳ ପ୍ରସ୍ତୁତ ହେଉଛି। ୩୨ ବର୍ଷୀୟ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଦିନିକିଆ ଦଳଗତ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛି। ଆୟୋଜକ ଦଳ ବିଶ୍ୱକପ୍‌ର ଉଦ୍‌ଘାନୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Share