ମୋହନା ବ୍ଲକରେ ପ୍ରବଳ ବର୍ଷା : ବିଦ୍ୟାଳୟ ଛୁଟି ଘୋଷଣା

ମୋହନା,୨୪।୧୦(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ଜିଲାପାଳଙ୍କ ଚିଠି ନଂ. ୧୦୨୮/ରେସ ତା.୨୪.୧୦.୨୦୧୯ ଅନୁଯାୟୀ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସିବେ ନାହିଁ କିନ୍ତୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ଅନୁଷ୍ଠାନରେ ରହି ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ।