Categories: ଜାତୀୟ

ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ: ମୁହଁ ଖୋଲିଲେ ରାମଦାସ ଉଠାଓ୍ବଲେ

ନୂଆଦିଲ୍ଲୀ,୨୬।୧୨: ଆରଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତଙ୍କ ୧୩୦ କୋଟି ହିନ୍ଦୁ ମନ୍ତବ୍ୟ ନେଇ ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ ତଥା କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ ମୁହଁ ଖୋଲିଛନ୍ତି। ରାମଦାସ କହିଛନ୍ତି ଏପରି ଏକ ସମୟ ଥିଲା ସେତେବେଳେ ଭାରତରେ ବୌଦ୍ଧ ଧର୍ମ ଥିଲା। ଏହାପରେ ଏଥିରେ ପରିବର୍ତ୍ତନ ଆସିଛି। ତେବେ ସମସ୍ତ ଲୋକଙ୍କୁ ହିନ୍ଦୁ କହିବା ଠିକ୍‌ ନୁହେଁ। ଯଦି ଭାଗଓ୍ବତ ସବୁ ଲୋକ ଆମ ଭାରତର ବୋଲି ଉଦ୍ଦେଶ୍ୟ ରଖି କହିଥାନ୍ତି ତାହା ହିଁ ଠିକ୍‌ ହେବ। ସୂଚନାଯୋଗ୍ୟ, ବୁଧବାର ତେଲଙ୍ଗାନାର ହାଇଦ୍ରାବାଦ୍‌ଠାରେ ଆର୍‌ଏସ୍‌ଏସ୍‌ର ଏକ ୩ଦିନିଆ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗଓ୍ବତ କହିଥିଲେ ଯେ, ସଂଘ ଦେଶର ୧୩୦ କୋଟି ଜନତାଙ୍କୁ ହିନ୍ଦୁ ଭାବେ ବିବେଚନା କରିଥାଏ।

Share