ମୋହରିରଙ୍କ ଚାଳିଆ ଭଙ୍ଗା ଘଟଣା: ଅତିରିକ୍ତ ଜିଲାପାଳଙ୍କ ତଦନ୍ତ ଆରମ୍ଭ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିରେ ମୋହରିରଙ୍କ ଚାଳିଆ ଭଙ୍ଗା ନେଇ ପୂର୍ବରୁ ତୁମ୍ବିତୋଫାନ ଉଠିଥିଲା। ଘଟଣାକୁ ନେଇ ନୀଳଗିରି ତହସିଲଦାର ଓ ବିଧାୟକ ସାମ୍ନାସାମ୍ନି ହେବା ସହ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ଏହାପରେ ଭଙ୍ଗା ଚାଳିଆରେ ମୋହରିରମାନେ କିପରି ବସିବେ ଏନେଇ ପ୍ରଶ୍ନ ଉଠିଥିଲା। ପରେ ତାଙ୍କୁ ଏକ ଶୌଚାଳୟ ନିକଟରେ ନୂତନ ସ୍ଥାନରେ ଗୃହ ନିର୍ମାଣ କରି ଥଇଥାନ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଏନେଇ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ଚାଳିଆ ଭଙ୍ଗାସ୍ଥଳକୁ ଆସି ବୁଲିଯିବା ସହ ମୋହରିରମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ନୀଳଗିରି ଉପଜିଲାପାଳ ହରିଶ୍‌ ଚନ୍ଦ୍ର ଜେନାଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।