ଚଣ୍ଡିଗଡ଼, ୨୬।୫(ପି.ଟି.)-
ସୋମବାର ୯୬ ବର୍ଷରେ ମୃତ୍ୟୁବରଣ କରିଥିବା ହକି ଆଇକନ୍ ବଲବୀର ସିଂ ସିନିୟରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୋହାଲି ଷ୍ଟାଡିୟମକୁ ଉକ୍ତ କିମ୍ବଦନ୍ତୀ ଖେଳାଳିଙ୍କ ନାମରେ ନାମିତ କରାଯିବ ବୋଲି ଏହି ଅବସରରେ ଯୋଗଦେଇ ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂ ସୋଧି ପ୍ରକାଶ କରିଛନ୍ତି। ପୂର୍ବତନ ଭାରତୀୟ ହକି ଅଧିନାୟକ ପର୍ଗତ ସିଂ ମଧ୍ୟ ଉପସ୍ଥିତ ଥିଲେ। ବଲବୀରଙ୍କ ମରଶରୀରକୁ ମୋହାଲିସ୍ଥିତ ପୋର୍ଟିସ ଡାକ୍ତରଖାନାରୁ ସେକ୍ଟର ୩୬ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ସେଠାରେ ଶେଷ ଦର୍ଶନପରେ ଶ୍ମଶାନକୁ ନିଆ ଯାଇଥିଲା।